ହୋମ୍ - ଭିଡିଓ - ଆବରଣ ତଳେ ଭିଡିଓ ସମ୍ବାଦ

 
ଆବରଣ ତଳେ ଭିଡିଓ ସମ୍ବାଦ
ଶିକ୍ଷକ: ଜନ୍ ବିଭିୟ

ସର୍ବଶକ୍ତିମାନଂକ ଛାୟାତଳେ ସ୍ଵାଧିନତା, ଆବଶ୍ୟକତାର ପୂରଣ ଓ ସୁରକ୍ଷା ଅଛି | ଦୁର୍ଭାଗ୍ୟବସତଃ, କିପରି ଭାବରେ ଏହି ଗୁପ୍ତସ୍ଥାନଟି ପାଇପାରିବେ ତାହା ଅନେକେ ବୁଝିପାରନ୍ତି ନାହିଁ | ଏହା ପରିବର୍ତ୍ତେ ସେମାନେ ପ୍ରତାରିତ ହୋଇ ଏପ୍ରକାର ବିଶ୍ଵାସ କରିଥାନ୍ତି ଯେ ପ୍ରକୃତ ଓ ସ୍ଥାୟୀ ସ୍ଵାଧିନତା ଐଶ୍ଵରିୟ ଅଧିକାରର ବାହାରେ ମିଳି ପାରିବ |

ଆବରଣ ତଳେ ନାମକ ପୁସ୍ତକରେ ଜନ୍ ବିଭିୟର୍ ଶତ୍ରୁ ଦ୍ଵାରା ବ୍ୟବହାର କରାଯାଉଥିବା ରହସ୍ୟପୂର୍ଣ୍ଣ ପନ୍ଥାକୁ ଅନାବୃତ କରନ୍ତି, ଯାହାଦ୍ଵାରା ଶତ୍ରୁ ଆମକୁ ଐଶ୍ଵରିୟ ଅଧିକାରକୁ ଚିନ୍ହି ଉପଯୁକ୍ତ ସମ୍ପର୍କ ରଖିବାକୁ ଅସଫଳ କରିଥାଏ | ବ୍ୟାବହାରିକ ଉଦାହରଣଗୁଡିକ ଏବଂ ପବିତ୍ରଶାସ୍ତ୍ରର ଦୃଢ଼ ମୂଳଦୁଆ ଦ୍ଵାରା ଏହି ସମ୍ବାଦ ଆମକୁ ସ୍ମରଣ କରାଇ ଦିଏ ଯେ ପରମେଶ୍ଵରଂକ ରାଜ୍ୟ କେବଳ ଏହା ଅଟେ : ଗୋଟିଏ ରାଜ୍ୟ, ଜଣେ ରାଜା ଦ୍ଵାରା ଶାସିତ, ଯେଉଁଠାରେ କି ସୁବ୍ୟବସ୍ଥା ଓ ଅଧିକାର ଥାଏ |

ଆପଣ ଯେତେବେଳେ ଇଶ୍ଵରଂକ ବାକ୍ୟକୁ ଆଲିଂଗନ କରନ୍ତି, ସେତେବେଳେ ଆପଣ ଶିଖିପାରିବେ କିପରିଭାବରେ ନ୍ୟାୟସଂଗତ ବିଷୟର ପୁଣି ଅନ୍ୟାୟର ଉପଯୁକ୍ତ ପ୍ରତିକ୍ରିୟା ଦେଇପାରିବେ | ଆପଣ ପବିତ୍ରଶାସ୍ତ୍ର ଅନୁସାରେ ସମର୍ପଣ ଏବଂ ଆଜ୍ଞାବହତା ମଧ୍ୟରେ ପ୍ରଭେଦ ଜାଣିପାରିବେ, ଆଉ ଆପଣ ଅଧିକାର ପ୍ରତି ପରମେଶ୍ଵରଂକ ଉଦ୍ଦେଶ୍ୟ ବୁଝିବାରେ ବୃଦ୍ଧିସାଧନ କରିପାରିବେ | ଏହି ସମ୍ବାଦ ଆପଣଂକୁ ଏପରି ସ୍ଥାନରେ ରଖିବ ଯେପରିକି ଆପଣ ପରମେଶ୍ଵରଂକ ପୂର୍ଣ୍ଣତା ଓ ଚରିତ୍ରରେ ଚାଲିପାରିବେ |

Share