ହୋମ୍ - ଭିଡିଓ - ସଦାପ୍ରଭୁ ବିଷୟକ ଭୟ ଭିଡିଓ ସମ୍ବାଦ

 
ସଦାପ୍ରଭୁ ବିଷୟକ ଭୟ ଭିଡିଓ ସମ୍ବାଦ
ସଦାପ୍ରଭୁ ବିଷୟକ ଭୟ ଭିଡିଓ ସମ୍ବାଦ
ଶିକ୍ଷକ: ଜନ୍ ବିଭିୟ

ଆପଣ କଅଣ ଈଶ୍ଵରଂକ ଚାଳନା ପ୍ରତି ସତ୍ଵର ହେବାକୁ ଇଚ୍ଛା କରନ୍ତି ? ଆପଣ କଅଣ ଏକ ଉଚ୍ଚସ୍ତରର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ପ୍ରାପ୍ତ କରିବାକୁ ଚାହାନ୍ତି ? ଯଦି ତାହା ଅଟେ, ତେବେ ଆପଣ ସଦାପ୍ରଭୁ ବିଷୟକ ଭୟକୁ ଆଲିଂଗନ କରନ୍ତୁ | ଏହି ସମ୍ବାଦ ଦ୍ଵାରା ଜନ୍ ଆପଣଂକୁ ଆହ୍ଵାନ କରିବେ ଯେପରିକି ଆପଣ ପରମେଶ୍ଵରଂକୁ ନିଜର ଉପାସନା ଓ ଦୈନନ୍ଦିନ ଜୀବନରେ ନୂତନ ଭାବରେ ଭକ୍ତି ପ୍ରଦର୍ଶନ କରିବେ |

ତେବେ ସଦାପ୍ରଭୁ ବିଷୟକ ଭୟ କଅଣ? ଏହା କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ ? ଏବଂ ପରମେଶ୍ଵରଂକୁ ଡରିବାଠାରୁ ଏହା କାହିଁକି ଭିନ୍ନ ଅଟେ ? ସଦାପ୍ରଭୁ ବିଷୟକ ଭୟ ନାମକ ପୁସ୍ତକରେ ଜନ୍ ବିଭିୟର୍ ଏହି ଉପେକ୍ଷିତ ଓ ଭୁଲ୍ ବୁଝାଯାଇଥିବା ସତ୍ୟ ପ୍ରତି ପବିତ୍ରଶାସ୍ତ୍ରକୁ ଉନ୍ମୁକ୍ତ କରିଛନ୍ତି | ଏହା ହେଉଛି ବୁଦ୍ଧି, ଜ୍ଞାନ ଓ ପରମେଶ୍ଵରଂକ ସହିତ ଘନିଷ୍ଠତାର ଚାବି | ଯଦି ଆପଣ ଉତ୍ତର ଖୋଜୁଛନ୍ତି, ଐଶ୍ଵରିକ ସୁରକ୍ଷା କିମ୍ବା ନିର୍ଦ୍ଦେଶ ଖୋଜୁଛନ୍ତି, ତେବେ ଆପଣଂକୁ ସଦାପ୍ରଭୁ ବିଷୟକ ଭୟକୁ ଧାରଣ କରିବାକୁ ହେବ |

ପରମେଶ୍ଵର ଚାହାନ୍ତି ଯେ ଲୋକେ ତାଂକୁ ଜାଣନ୍ତୁ, ଏବଂ ତାଂକ ସହିତ ଗଭୀର ଅନ୍ତରଂଗତା ପାଇଁ କେବଳ ଗୋଟିଏ ମାତ୍ର ପଥ ଅଛି | ତାଂକର ବନ୍ଧୁତ୍ଵକୁ ଅନୁଭବ କରିବା ପାଇଁ କେବଳ ଗୋଟିଏ ମାତ୍ର ପଥ ଅଛି | ପରମେଶ୍ଵରଂକ ସହିତ ବ୍ୟକ୍ତିଗତ ସମ୍ପର୍କ କେବଳ ସଦାପ୍ରଭୁ ବିଷୟକ ଭୟ ଦ୍ଵାରା ହିଁ ଆସେ | ଆପଣ ଯଦି ଏହି ଜୀବନ ପରିବର୍ତ୍ତନକାରୀ ସତ୍ୟକୁ ଧରି ରଖିବେ ତେବେ ଆପଣମାନଂକ ଜୀବନ ଓ ଲୋକସମୂହ ଅନନ୍ତ ଭାବରେ ପରିବର୍ତ୍ତିତ ହେବେ |

Share