ହୋମ୍ - ଭିଡିଓ - ଶୟତାନର ପ୍ରଲୋଭନ ଭିଡିଓ ସମ୍ବାଦ

 
ଶୟତାନର ପ୍ରଲୋଭନ ଭିଡିଓ ସମ୍ବାଦ
ଶୟତାନର ପ୍ରଲୋଭନ ଭିଡିଓ ସମ୍ବାଦ
ଶିକ୍ଷକ: ଜନ୍ ବିଭିୟ

ଶୟତାନର ପ୍ରଲୋଭନ ନାମକ ପୁସ୍ତକ ପରମେଶ୍ଵରଂକ ଇଚ୍ଛାରୁ ବିଶ୍ବାସୀମାନଂକୁ ଅଲଗା କରିବା ପାଇଁ ଶତ୍ରୁ ଦ୍ଵାରା ବ୍ୟବହାର କରାଯାଉଥିବା ସବୁଠାରୁ ବିଭ୍ରାନ୍ତିକର ଫାଂଦକୁ ଅନାବୃତ କରେ: ବିଘ୍ନ | ଅଧିକ ଲୋକ ଏହି ଫାନ୍ଦରେ ପଡିଯାନ୍ତି ଏବଂ ତାହା ଜାଣି ମଧ୍ୟ ପାରନ୍ତି ନାହିଁ |

ନିର୍ବୋଧ ହୁଅନ୍ତୁ ନାହିଁ ! ଖ୍ରୀଷ୍ଟ କହିଲେ, “ବିଘ୍ନ ଯେ ନ ଘଟିବ, ଏହା ଅସମ୍ଭବ” (ଲୂକ 17:1) | ଆପଣଂକ ଉପରେ ବିଘ୍ନ ଆସିବ କି ନାହିଁ ତାହା ଆପଣ ମନୋନୀତ କରି ପାରିବେ ନାହିଁ, ମାତ୍ର ଆପଣ କି ପ୍ରକାର ଭାବରେ ପ୍ରତିକ୍ରିୟା ଜଣେଇବେ ତାହା ମନୋନୀତ କରି ପାରିବେ | ଯଦି ଆପଣ ବିଘ୍ନକୁ ଉପଯୁକ୍ତ ଭାବରେ ମୁକାବିଲା କରନ୍ତି, ତେବେ ଆପଣ ତିକ୍ତ ଅନୁଭବ କରିବା ପରିବର୍ତ୍ତେ ଶକ୍ତିଯୁକ୍ତ ହେବେ | କେବଳ ଏକ ଠିକ୍ ପ୍ରତିକ୍ରିୟା ହିଁ ପରମେଶ୍ଵରଂକ ସହିତ ଏକ ଅବ୍ୟାଘାତ ସମ୍ପର୍କ ପାଇଁ ଆପଣଂକୁ ଶକ୍ତି ଯୋଗାଏ |

ଏହି ସମ୍ବାଦ ଦ୍ଵାରା, ଜନ୍ ବିଭିୟର୍ ଆପଣଂକୁ ପରମେଶ୍ଵରଂକ ଇଚ୍ଛା ମଧ୍ୟରେ ରହିବାକୁ ଏବଂ ସଂଶୟ ଓ ଅବିଶ୍ଵାସରୁ ମୁକ୍ତ ହେବା ନିମନ୍ତେ ଶକ୍ତିଯୁକ୍ତ କରାନ୍ତି | ଆପଣ ଶିକାର୍ ହୋଇଥିବା ମାନସିକତାରୁ ନିସ୍ତାର ପାଇପାରିବେ ଓ ଆପଣ ବିରକ୍ତି ଓ ବିଫଳତାର ବୋଝରୁ ମୁକ୍ତ ହୋଇ ଜୀବନ ଯାପନ କରି ପାରିବେ | ଯେତେବେଳେ ଆପଣ ପରମେଶ୍ଵରଂକ ପ୍ରତି ସମର୍ପଣର ଏକ ଉଚ୍ଚତମ ସ୍ତରକୁ ଆବିଷ୍କାର୍ କରିବେ, ଆପଣଂକ ଜୀବନରେ କ୍ଷମା, ପୁନର୍ମିଳନ ଏବଂ ସର୍ବଦା ବୃଦ୍ଧି ପାଉଥିବା ଆନନ୍ଦ ପ୍ରଚୁରଭାବେ ରହିବ |

Share