ବର୍ତ୍ତମାନ୍ ର ଭାଷା: or ଓଡ଼ିଆ

ଭାଷା

ଶିକ୍ଷକ

ସାହସ ଏବଂ ଆବେଗ ପାଇଁ ପରିଚିତ ଜନ୍ ବିଭିୟର୍ ଅଧିକ ପରିମାଣରେ ବିକ୍ରିତ ପୁସ୍ତକଗୁଡିକର ଲେଖକ ଅଟନ୍ତି ଯଥା ଅସାଧାରଣ, ଶୟତାନ୍ ର ପ୍ରଲୋଭନ, ସଦାପ୍ରଭୁ ବିଷୟକ ଭୟ, ଆବରଣ ତଳେ ଏବଂ ଅନନ୍ତ ବିଷୟ ଦ୍ଵାରା ଚାଳିତ ହେବା | ତାଂକର ବହିଗୁଡିକ 100 ରୁ ଅଧିକ ଭାଷାରେ ଅନୁବାଦ କରାଯାଇଛି, ଏବଂ ତାଂକର ସାପ୍ତାହିକ ଟେଲିଭିଜନ୍ ପ୍ରୋଗ୍ରାମ୍ “ସମ୍ବାଦବାହକ” ସମଗ୍ର ପୃଥିବୀରେ ପ୍ରସାରିତ ହୁଏ | ବିଭିନ୍ନ ସଭା ଓ ମଣ୍ଡଳୀମାନଂକରେ ଜନ୍ ହେଉଛନ୍ତି ଏକ ଜନପ୍ରିୟ ବକ୍ତା ଏବଂ ଯେଉଁମାନେ ପରମେଶ୍ଵରଂକ ସିଦ୍ଧାନ୍ତଗୁଡିକୁ ବୁଝିବାପାଇଁ ଏବଂ ପ୍ରୟୋଗ କରିବା ପାଇଁ ଇଚ୍ଛୁକ ସେମାନଂକ ପାଇଁ ତାଂକ ସେବାକାର୍ଯ୍ୟ ଜୀବନ ପରିବର୍ତ୍ତନକାରୀ ସଂସାଧନଗୁଡିକୁ ଯୋଗାଏ | ଜନ୍ ତାଂକ ସ୍ତ୍ରୀ ଲିସା, ତାଂକ ଚାରିପୁତ୍ର, ପୁତ୍ରବଧୂ ଏବଂ ନାତି-ନାତୁଣୀମାନଂକ ସହିତ କଲରାଡୋରେ ରହନ୍ତି | ତାଂକ ସ୍ତ୍ରୀ ଲିସା ମଧ୍ୟ ଏକ ଉତ୍ତମ ବିକ୍ରିତ ଲେଖିକା ଓ ବକ୍ତ୍ରୀ ଅଟନ୍ତି |

ଉପଲବ୍ଧ ଡାଉନଲୋଡ୍ ଗୁଡିକୁ ଦେଖନ୍ତୁ ଇମେଲ୍ ଜନ୍ ବିଭିୟ

ଆବେଗପୂର୍ଣ, ଉତ୍ତେଜିତ, ଆତ୍ମିୟତାସମ୍ପଣ୍ଣ, ଶକ୍ତିଯୁକ୍ତ, ଅମୋଦଜନକ | ଏହି ଶବ୍ଦଗୁଡିକ ଲିସା ବିଭିୟର୍ କୁ ବର୍ଣନା କରେ - ଯେ କି ଜଣେ ଆନ୍ତର୍ଜାତିକ ବକ୍ତ୍ରୀ, ଉତ୍ତମ ବିକ୍ରିତ ଲେଖିକା, ଏବଂ ସଂଦେଶବାହକ ନାମକ ଟେଲିଭିଜନ୍ ପ୍ରୋଗ୍ରାମ୍ ର ସହ-ପରିଚାଳିକା ଯାହାକି 200 ରୁ ଅଧିକ ଦେଶରେ ପ୍ରସାରିତ ହୁଏ | ତାଂକର ସ୍ପଷ୍ଟ ଶୈଳୀରେ ଲିସା ପ୍ରଭୁଂକ ବାକ୍ୟକୁ ନିଜର ବ୍ୟକ୍ତିଗତ ଅନୁଭୂତି ସହିତ ଗୁନ୍ଥି ପ୍ରଦାନ କରନ୍ତି ଯେପରିକି ଲୋକଂକ ଜୀବନ ସ୍ଵାଧିନତା ଏବଂ ପରିବର୍ତ୍ତନ ସହିତ ଶକ୍ତିଯୁକ୍ତ ହେବ | ନ୍ୟାୟର ସମର୍ଥକ ହୋଇଥିବାରୁ ସେ ଅନ୍ୟମାନଂକୁ ମଧ୍ୟ ପୁନର୍ଜାଗରିତ କରନ୍ତି ଯେପରିକି ସେମାନେ ବର୍ତ୍ତମାନ ଏବଂ ଭବିଷ୍ୟତର ସାଂଘାତିକ ସମସ୍ୟାଗୁଡିକର ଉତ୍ତର ହୋଇପାରନ୍ତି | ସେ ନିଜର ପ୍ରିୟ ସ୍ଵାମୀ ଜନ୍ ବିଭିୟରଂକ ସହିତ, ପୁଣି ତାଂକର ଚାରିପୁତ୍ର, ଅତି ମନୋହର ପୁତ୍ରବଧୂ ଓ ଆଦରଣୀୟ ନାତି-ନାତୁଣୀମାନଂକ ସହିତ ସମୟ ବିତାଇବାକୁ ଭଲ ପାଆନ୍ତି |

ଉପଲବ୍ଧ ଡାଉନଲୋଡ୍ ଗୁଡିକୁ ଦେଖନ୍ତୁ ଇମେଲ୍ ଲିସା ବିଭିୟ