ବର୍ତ୍ତମାନ୍ ର ଭାଷା: or ଓଡ଼ିଆ

ଭାଷା

ହୋମ୍ - ବିଷୟରେ

କ୍ଲାଉଡ୍ ଲାଇବ୍ରେରୀ ବିଷୟରେ

ଏହି ସଂସାଧନଗୁଡିକ ପାଳକ ଓ ନେତାମାନଂକୁ ତାଂକର ନିର୍ଦ୍ଦିଷ୍ଟ ସ୍ଥାନ ବା ଆର୍ଥିକ ପରିସ୍ଥିତିକୁ ବିଚାରକୁ ନ ନେଇ ଉପଲବ୍ଧ କରାଇବାକୁ ମେସେଂଜର୍ ଇଣ୍ଟରନେଶନାଲ୍ ପାଖରେ ଏକ ବିଶ୍ବବ୍ୟାପୀ ଲକ୍ଷ୍ୟ ଅଛି | କ୍ଲାଉଡ୍ ଲାଇବ୍ରେରୀକୁ ଏହି ଉଦ୍ଦେଶ୍ୟରେ ସୃଷ୍ଟି କରାଯାଇଛି | ଏହା ଏକ ଆନ୍ତର୍ଜାତିକ ବିତରଣ ବ୍ୟବସ୍ଥା ଭାବରେ କାର୍ଯ୍ୟ କରେ ଯାହାକି ଅନୁବାଦିତ ସଂସାଧନଗୁଡିକୁ ମାଗଣାରେ ପ୍ରବାହ ଓ ଡାଉନଲୋଡ୍ କରିବାରେ ସାହାଯ୍ୟ କରେ |

ଏହି ସଂସାଧନଗୁଡିକୁ ପ୍ରତ୍ୟେକ ମୁଖ୍ୟ ଭାଷାଗୁଡିକରେ ଉପଲବ୍ଧ କରାଇବା ହେଉଛି ଆମର ଲକ୍ଷ୍ୟ, ଯେପରିକି ପୃଥିବୀର 98% ଜନସଂଖ୍ୟାକୁ ପହଂଚିବାକୁ ସମ୍ବଳ ସ୍ଥାପନ କରାଯାଇପାରେ | ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ କ୍ଲାଉଡ୍ ଲାଇବ୍ରେରୀ ହେଉଛି ସେପରି ଏକ ଉପାୟ | ଆପଣ ପଚାରିବେ, କାହିଁକି ? କାରଣ ଏକ କମ୍ପୁଟର୍ କୃତ ସଂସାଧନ ଏକ ଭୌତିକ ସଂସାଧନ ଅପେକ୍ଷା ଅଧିକ ବହୁଗୁଣିତ ହୋଇପାରେ ଓ ଶୀଘ୍ର ଯାତ୍ରା କରିପାରେ | ଆମେ ଆଶାକରୁ କ୍ଲାଉଡ୍ ସହିତ ଆପଣଂକର ଅନୁଭବ ଆନନ୍ଦଦାୟକ ହେବ |

ପ୍ରସ୍ତୁତକାରୀଂକ ତରଫରୁ

ଯୀଶୁ ଆମ୍ଭମାନଂକୁ କେବଳ ସୁସମାଚାର ପ୍ରଚାର ନୁହେଁ ମାତ୍ର ଶିଷ୍ୟ ବିକାଶର ମଧ୍ୟ ଦାୟିତ୍ବ ଦେଇଅଛନ୍ତି | ଏହି ସମ୍ବାଦଗୁଡିକ ଆପଣଂକୁ ଖ୍ରୀଷ୍ଟଂକ ଶିଷ୍ୟ ହେବାରେ ସାହଯ୍ୟ କରିବ | ଆମେ ଆପଣଂକ ପ୍ରଶିକ୍ଷଣରେ ବିନିଯୋଗ କରୁଛୁ କାରଣ ଆମେ ଆପଣଂକ ଉପରେ ଓ ଆପଣଂକ ଦକ୍ଷତା ବିଶ୍ଵାସ କରୁ ଯେପରିକି ଇଶ୍ଵରଂକ ଅନୁଗ୍ରହ ଦ୍ଵାରା ଆପଣଂକ ପ୍ରଭାବ କ୍ଷେତ୍ରକୁ ପରିବର୍ତ୍ତନ କରିପାରୁ | ପରମେଶ୍ଵର ଆପଣଂକ ମଧ୍ୟରେ ମହାନତାକୁ ସ୍ଥାପନ କରିଅଛନ୍ତି, ଆଉ ସେ ଆପଣଂକୁ ଅନ୍ତରଂଗ ଭାବେ ଜାଣିବାକୁ ଚାହାନ୍ତି | ଏହି ସଂସାଧନଗୁଡିକ ଆପଣଂକୁ ଏହା ଆବିଷ୍କାର କରିବାରେ ସାହଯ୍ୟ କରିବ ଯେ କିପରି ଆପଣ ପରମେଶ୍ଵରଂକ ସହିତ ଏକ ଅନ୍ତରଂଗ, ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରି ପାରିବେ | ଖ୍ରୀଷ୍ଟଂକ ସହିତ ସମ୍ପର୍କରେ ଆପଣ ଯେତେବେଳେ ବଢିଚାଲିବେ, ଆପଣ ତାଂକର ବାକ୍ୟର ଶକ୍ତିରେ ପରିବର୍ତ୍ତିତ ହେବେ |

ପରମେଶ୍ଵର ଆପଣଂକୁ ଆପଣଂକ ପ୍ରଭାବ ଓ ପାଇଥିବା ଦାନ ଅନୁସାରେ ଏକ ଅଦ୍ଵିତୀୟ ଉଦ୍ଦେଶ୍ୟରେ ସୃଷ୍ଟି କରିଛନ୍ତି | ଆମେ ଆପଣଂକୁ ଉତ୍ସାହିତ କରୁ ଯେ ପରମେଶ୍ଵରଂକ ପାଖରେ ଆପଣଂକ ପାଇଁ ଯାହାକିଛି ଅଛି ସେଥିର ପୂର୍ଣ୍ଣତାକୁ ଖୋଜି ବାହାର କରନ୍ତୁ | ଆମର ପ୍ରାର୍ଥନା ଯେ ଆବିଷ୍କାର କରିବା ପାଇଁ ଆପଣଂକ ଯାତ୍ରାରେ ଏହି ସଂସାଧନଗୁଡିକ ଆପଣଂକୁ ଦରକାରୀ ଜିନିଷ ଯୋଗାଉ |

ଆପଣଂକ ଉପରେ ଆଶୀର୍ବାଦ ବର୍ତ୍ତୁ, ଆପଣଂକ ପ୍ରିୟ

ଜନ୍ ଏବଂ ଲିସା ବିଭିୟର୍

ଦର୍ଶନକୁ ସହାୟତା କରନ୍ତୁ

ଆପଣଂକ ହୃଦୟ କଅଣ ପ୍ରଜ୍ଜଳିତ ହୁଏ ଏହା ଦେଖିବା ପାଇଁ ଯେ ଜୀବନ ପରିବର୍ତ୍ତନକାରୀ ସଂସାଧନଗୁଡିକ ପୃଥିବୀସାରା ବିତରଣ ହେଉ ? ଆପଣ ଯଦି କ୍ଲାଉଡ୍ ଲାଇବ୍ରେରୀର ସେବାକାର୍ଯ୍ୟକୁ ସହାୟତା କରିବାକୁ ଇଚ୍ଛୁକ ଅଟନ୍ତି ତେବେ getinvolved@cloudlibrary.org କୁ ଇମେଲ୍ କରନ୍ତୁ | ଆମେ ଆପଣଂକୁ ଆପଣଂକ ପ୍ରାର୍ଥନା ଓ ସହାୟତା ପାଇଁ ଅଗ୍ରିମ ଧନ୍ୟବାଦ ଦେଉ |